ଦେଶ

ଓଡ଼ିଶା ପରେ ରାଜସ୍ଥାନ ଲକ୍‌ଡାଉନ୍‌, ମାର୍ଚ୍ଚ ୩୧ ଯାଏ କଟକଣା

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଯାଏ ରାଜସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ପୂର୍ବରୁ ଓଡ଼ିଶା ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରିଥିଲା। ତେବେ ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଲକ୍‌ଡାଉନ୍‌ ବାବଦରେ ଘୋଷଣା କରିଛନ୍ତି।

ସେ ଏକ ବିବୃତ୍ତିରେ କହିଛନ୍ତି, ସର୍ବସାଧାରଣ ପରିବହନ ବନ୍ଦ ରଖାଯାଇଛି। ଏବଂ ମଲ୍‌ ଓ ଦୋକାନ ସବୁ ବନ୍ଦ ରହିବ। ଜରୁରୀକାଳୀନ ସେବା ସବୁ ଚାଲୁ ରହିବ।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପ୍ୟାକେଟ୍‌ ମଧ୍ୟ ବଣ୍ଟାଯିବ। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ପରିବାରମାନଙ୍କୁ ଏପରି ଖାଦ୍ୟ ବଣ୍ଟନ କରାଯିବ। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏହି ଖାଦ୍ୟବଣ୍ଟନ କରାଯିବ। ଏହି ଅବସରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ କାରଖାନା ଆଦି ବନ୍ଦ ରହିବ।

ଗେହଲଟ୍‌ ଟ୍ୱିଟ୍‌ କରି କହିଛନ୍ତି, ଏଭଳି ସଙ୍କଟ ପରିସ୍ଥିତିରେ ସରକାର ରାଜ୍ୟର ଲୋକଙ୍କ ସହ ଅଛନ୍ତି। କରୋନାର ମୁକାବିଲା ପାଇଁ ସରକାରୀ ନିର୍ଦ୍ଦେଶ ଏବଂ ସତର୍କବାଣୀକୁ ମାନିକରି ଚଳନ୍ତୁ। ଏହାଫଳରେ ସ୍ଥିତି ନିୟନ୍ତ୍ରଣରେ ରହିବ।

[ad_2]
Show More
Back to top button