ସତ୍ୟଶିଖା( ଭୁବନେଶ୍ୱର )୧୯.୦୨.୨୦୨୨ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁ ରେ ରାଜନୈତିକ ହିଂସାର ଅଭିଯୋଗ ହୋଇଛି। ସୁନାରିସିକୁଆଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ଚୁଳମଣି ବୈଠାରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିଲା। ଗତକାଲି ସେ ଘରକୁ ନ ଫେରିବା କାରଣରୁ ଚୁଳମଣିଙ୍କୁ ଘରଲୋକେ ଖୋଜିଖୋଜି ନ ପାଇ ନିରାଶ ହୋଇଥିଲେ। ଆଜି ସକାଳୁ ତାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ କିଛି ଗାଇ ଚରାଳି ଦେଖିଥିବାକୁ ପାଇଥିଲେ। ଘରଠାରୁ ପ୍ରାୟ ୧ କିମି ଦୂର ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି।
ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀମାନେ ଚୁଳମଣି ବୈଠାରୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ସରପଞ୍ଚ ପ୍ରାର୍ଥୀ କଥା ହୋଇ ପାରୁନଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏଣେ ଆହତଙ୍କ ପରିବାରଲୋକେ ତାଙ୍କ ବିରୋଧୀ ପ୍ରାର୍ଥୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରୁଛନ୍ତି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
