

ସତ୍ୟଶିଖା( ମୁମ୍ଵାଇ )୨୮.୧୦.୨୦୨୨: ଅଭିନେତ୍ରୀ ସାରା ଅଲି ଖାନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରକିଡସଙ୍କ ମଧ୍ୟରୁ ଅନ୍ୟତମ । ସୈଫ ଅଲି ଖାନଙ୍କ ଲାଡଲୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏବେ ତାଙ୍କ ବିଷୟରେ ଆଉ ଏକ ଖବର ଆସୁଛି। ଯାହା ସାରାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ। ଖବର ଅନୁଯାୟୀ, ଭିକି କୌଶଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦ ଇମୋର୍ଟଲ ଅଶ୍ୱଥାମା’ରୁ ସାରାଙ୍କୁ ବାହାର କରାଯାଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେଉଛି । ଏହାକୁ ନେଇ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଫିଲ୍ମରେ ସ୍କ୍ରିଫ୍ଟ ଏବଂ ମୁଖ୍ୟ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି।
କହିବାକୁ ଗଲେ ଯେ ‘ଅଶ୍ୱଥାମା’ ଦୀର୍ଘ ଦିନ ଧରି ଆଲୋଚନାରେ ରହିଆସୁଛି। ପ୍ରଶଂସକମାନେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଖୁବ୍ ଆଗ୍ରହୀ । କିନ୍ତୁ, ବର୍ତ୍ତମାନ କୁହାଯାଉଛି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ସୁଦ୍ଧା ମୁକ୍ତିଲାଭ କରିବ। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଅଭିନେତ୍ରୀ ସାରା ଅଲି ଖାନ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଥିଲେ। କିନ୍ତୁ, ବର୍ତ୍ତମାନ ସେ ଫିଲ୍ମରୁ ବାହାରି ଯାଇଛନ୍ତି। ନିର୍ମାତାଙ୍କ ଅନୁଯାୟୀ, ବିକିଙ୍କଠାରୁ ବଡ ଦେଖାଯାଉଥିବା ଜଣେ ଅଭିନେତ୍ରୀ ଏହି ଫିଲ୍ମରେ ଅଭିନୟ କରିବେ। ଶୁଣିବାକୁ ମିଳୁଛି କି ନିର୍ମାତା ସାମନ୍ଥା ରୁଥ ପ୍ରଭୃଙ୍କୁ ଫାଇନାଲ୍ କରିଛନ୍ତି। ହେଲେ ନିର୍ମାତାମାନେ ଏପର୍ୟ୍ୟନ୍ତ ଏବିଷୟରେ କୌଣସି ପ୍ରକାରର ନିଶ୍ଚିତ କରି ନାହାନ୍ତି।