ସିନେମା

ଗ୍ଲାମରସ୍ ଲୁକରେ ସଞ୍ଜନା

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୮ /୦୯ /୨୦୨୧:  ଫିଲ୍ମ’ଦିଲ ବେଚାରା’ ମାଧ୍ୟମରେ ନିଜର ଖାସ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘୀ, ଏବେ ମାଳଦୀପରେ ମସ୍ତି କରୁଛନ୍ତି । ସେଠାରୁ ଲଗାତାର ସେ ତାଙ୍କର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ଅଛନ୍ତି । ନିକଟରେ ସେ ନିଜର ଫଟୋରେ ମାଳଦୀପ ବିଚର ନାଇଟ ଭ୍ୟୁ ଦେଖାଇଥିଲେ । ଏହା ସହିତ ସେ ମଷ୍ଟାର୍ଡ କଲର ଆଉଟଫିଟରେ କେଉଁ ପରୀଠାରୁ କମ୍ ଲାଗୁ ନଥିଲେ ।

ନିକଟରେ ସଞ୍ଜନା ୨୫ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ତାଙ୍କର ଏହି ସ୍ପେସାଲ ଡେ’ରେ ସମୁଦ୍ର ଲହଡି ମଧ୍ୟରେ ଜନ୍ମଦିନର କେକ୍ କାଟିଥିଲେ । ତାଙ୍କର ଏହି ନୂଆ ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ତେବେ ଏବେ ସଞ୍ଜନା ସେୟାର କରିଥିବା ଫଟୋ, ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମଡାର୍ଡ କଲର ଓ୍ବାନପିସ୍ ସହିତ ତାଙ୍କର ଖୋଲା କେଶ ଦେଖି , ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ନିଜ ନିଜର ରିଆକ୍ସନ ଦେଉଛନ୍ତି ।

Show More
Back to top button