ସତ୍ୟଶିଖା :୦୧/୦୭/୨୦୨୫:ବିଏମ୍ସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ କରିଛନ୍ତି । ବିଏମ୍ସି ଓ୍ବାର୍ଡ ନଂ ୪୪ର କର୍ପୋରେଟର ଅଜିତ ବେହେରା କହିଛନ୍ତି, ଆମେ ଗୋଟିଏ ପରିବାର । ସେହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି । ଆମ ପରିବାରର ଜଣଙ୍କୁ ଆକ୍ରମଣ ହୋଇଛି । ସେଥିପାଇଁ ଆମେ ଅଳିଆ ଉଠା ବନ୍ଦ କରିଛୁ । କାର୍ଯ୍ୟସ୍ଥଳୀରେ ମାଡ଼ ମରାଯିବ ଘଟଣାକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି ।
ରାଜଧାନୀରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ।
