ସତ୍ୟଶିଖା ୨୬/୦୧/୨୦୨୧ : ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ଆକର୍ଷଣୀୟ ବାଲୁକାକୃତୀ ଜରିଆରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଖ୍ୟାତ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ଲାଇଟହାଉସ ବେଳାଭୂମିରେ ସେ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମିଶି ତିଆରି କରିଛନ୍ତି ଏହି ସୁନ୍ଦର କଳାକୃତି । ଏଥିରେ ତ୍ରିରଙ୍ଗା ପତାକା ସହିଚ ତିନିରଙ୍ଗରେ ସଜେଇ ହୋଇଥିବା ମାତୃଶକ୍ତିକୁ ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି ।
ଭାରତବାସୀଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଓ ଭାତୃଭାବର ଦୃଶ୍ୟ ଏହି କଳାକୃତିରୁ ସହଜରେ ବାରି ହୋଇପଡୁଛି । ୭ଘଂଟା ପରିଶ୍ରମରେ ୧୫ଫୁଟ ଚଉଡାର ଏବି ବାଲୁକା କଳାକୃତିକୁ ତିଆରି କରିବା ପାଇଁ ପ୍ରାୟ ୧୫ଟନ ବାଲି ବ୍ୟବହାର ହୋଇଛି ।