ସତ୍ୟଶିଖା (ନୂଆଦିଲ୍ଲୀ) ୦୬.୧୦.୨୦୨୦ : ଆସନ୍ତା ଡିସେମ୍ବାରରୁ ସାମସଙ୍ଗ ଦେଶରେ ଟେଲିଭିଜନ ଉତ୍ପାଦନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ବ୍ୟାବସାୟୀକ ନିରନ୍ତରତା କାୟମ ରଖିବା ଲାଗି କିଛି ସମୟ ନିମନ୍ତେ ଆମଦାନୀ କଟକଣା ହଟାଇବାକୁ ନିବେଦନ କରିଛନ୍ତି । ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ଦେଶକୁ ଟେଲିଭିଜନ ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି । ଗତ ଜୁଲାଇ ୩୦ରୁ ଦେଶରେ କଟକଣା ଲାଗୁ ହୋଇଥିବା ବେଳେ ଏଥିଲାଗି ସରକାର ସ୍ୱତନ୍ତ୍ର ଲାଇସେନ୍ସର ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଆଗରୁ ବିଦେଶରୁ ଟେଲିଭିଜନ ସେଟ୍ ଆମଦାନୀ ଉପରେ କୌଣସି କଟକଣା ନଥିଲା । ପ୍ରାୟ ୨୦ ବର୍ଷ ହେଲା ଦେଶକୁ ବିଦେଶରୁ ଟେଲିଭିଜନ ସେଟ୍ ଆମଦାନୀ ହୋଇଆସୁଥିଲା । ତେବେ ଗତ ଜୁଲାଇ ୩୦ ତାରିଖରେ ଲାଗୁ ହୋଇଥିବା କଟକଣାରେ ସରକାର ଟେଲିଭିଜନ ସେଟ୍ ମଧ୍ୟ ସାମିଲ କରିଛନ୍ତି । ଏଣୁ ଦେଶରେ ଏପରି ଟେଲିଭିଜନ କାରବାର କରୁଥିବା କମ୍ପାନୀମାନେ ଏବେ ଅସୁବିଧାରେ ପଡିଯାଇଛନ୍ତି ।
ଡିସେମ୍ବରରୁ ଭାରତରେ ଟେଲିଭିଜନ ସେଟ୍ ଉତ୍ପାଦନ କରିବ Samsung l
