ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ସାମସଙ୍ଗ ଖୁବ୍ ଶୀଘ୍ର ଭରତରେ ଏକ ନୂଆ ଏଣ୍ଟ୍ରି ଲେଭଲ Galaxy M.0.2 ସ୍ମାର୍ଟ ଫୋନ୍ ଲଞ୍ଚ କରିପାରେ । ଏହି ସ୍ମାର୍ଟ ଫୋନ୍ କୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ସ (BIS) ରେ ସ୍ପଟ୍ କରାଯାଇଛି । ଲିଷ୍ଟିଂରୁ ଏହି ସୂଚନା ମିଳିଛି ଯେ, ଏହା ଡୁଆଲ୍ ସିମ୍ ସପୋର୍ଟରେ ଆସିବ । M.0.2 କୁ ନେଇ ସୂଚନା ସାମ୍ନାକୁ ଆସିବା ଏହା ପ୍ରଥମ ଥର ନୁହେଁ । ଏକ ପୁରୁଣା ଲିକ୍ ରିପୋର୍ଟ ତଥ୍ୟ ଅନୁଯାୟୀ ଏହି ଫୋନ୍ କ୍ବାଲକମ୍ ର ଏଣ୍ଟ୍ରି ଲେଭଲ ସ୍ନ୍ୟାପଡ୍ରାଗନ ୪୫୦ ପ୍ରୋସେସର ସହ ଆସିବ ଏବଂ ଏହି ପ୍ରୋସେସର ସହ ୨ ଜିବି ରାମ୍ ଏବଂ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ମେମୋରି ମିଳିବ ।
ସାମସଙ୍ଗ ଭାରତରେ ଖୁବ୍ ଶୀଘ୍ର ଲଞ୍ଚ୍ କରିପାରେ ଏହି ସ୍ମାର୍ଟ ଫୋନ୍
