
ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ସାମସଙ୍ଗ ଖୁବ୍ ଶୀଘ୍ର ଭରତରେ ଏକ ନୂଆ ଏଣ୍ଟ୍ରି ଲେଭଲ Galaxy M.0.2 ସ୍ମାର୍ଟ ଫୋନ୍ ଲଞ୍ଚ କରିପାରେ । ଏହି ସ୍ମାର୍ଟ ଫୋନ୍ କୁ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ସ (BIS) ରେ ସ୍ପଟ୍ କରାଯାଇଛି । ଲିଷ୍ଟିଂରୁ ଏହି ସୂଚନା ମିଳିଛି ଯେ, ଏହା ଡୁଆଲ୍ ସିମ୍ ସପୋର୍ଟରେ ଆସିବ । M.0.2 କୁ ନେଇ ସୂଚନା ସାମ୍ନାକୁ ଆସିବା ଏହା ପ୍ରଥମ ଥର ନୁହେଁ । ଏକ ପୁରୁଣା ଲିକ୍ ରିପୋର୍ଟ ତଥ୍ୟ ଅନୁଯାୟୀ ଏହି ଫୋନ୍ କ୍ବାଲକମ୍ ର ଏଣ୍ଟ୍ରି ଲେଭଲ ସ୍ନ୍ୟାପଡ୍ରାଗନ ୪୫୦ ପ୍ରୋସେସର ସହ ଆସିବ ଏବଂ ଏହି ପ୍ରୋସେସର ସହ ୨ ଜିବି ରାମ୍ ଏବଂ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ମେମୋରି ମିଳିବ ।ଏହି ସ୍ମାଟଫୋନ୍ ରେ ମାଇକ୍ରୋଏସଡି କାର୍ଡ ସ୍ଲଟ୍ ମଧ୍ୟ ଉପଲବ୍ଧ ହେବ । କାରଣ ଷ୍ଟୋରେଜକୁ ବୃଦ୍ଧି କରାଯାଇପାରେ । ଏହା ଆଣ୍ଡ୍ରଏଡ୍ ବେସଡ One U.I ସପ୍ଟଓ୍ବେୟାରରେ ଚାଲିବ । ଏଥିରେ ବ୍ଲୁଟୁଥ୍ ୪.୨, ଓ୍ବାଇଫାଇ ଏବଂ ଏଲଟିଇ ଭଳି ଫିଚର୍ସ ମଧ୍ୟ ମିଳିବା ନେଇ ଆଶା କରାଯାଉଛି ।
କୁହାଯାଉଛି ଯେ, Galaxy M.0.2କୁ M.0.1.sର ଅପଗ୍ରେଡ ଭାବରେ ବଜାରରେ ଉପଲବ୍ଧ କରାଯାଉଛି । M.0.1.sକୁ ଭାରତରେ ଚଳିତବର୍ଷ ଜୁଲାଇ ମାସରେ ଲଞ୍ଚ କରାଯାଇଥିଲା । ଏହାର ମୂଲ୍ୟ ୯,୯୯୯ ଟଙ୍କା ରହିଥିଲା । M.0.1.s ରେ ୬.୨ ଇଞ୍ଚ ଏଚଡି+ଟିଫଟି ଡିସପ୍ଲେ ସହିତ ଆସୁଛି । ଏଥିରେ ଅକ୍ଟା କୋର ମେଡିଆ ଟେକ୍ ହେଲିଓ ପି ୨୨ ପ୍ରୋସେସର ମିଳୁଛି । ଏହାର ବ୍ୟାଟେରୀ ୪,୦୦୦ m.A.h । ଏଥିରେ ଫଟୋଗ୍ରାଫି ପାଇଁ ୧୩ ଏମପି ଏବଂ ୨ ଏମପିର ଦୁଇଟି ରିୟର କ୍ୟାମେରା ମିଳୁଛି । ଏହାର ସେଲ୍ଫ କ୍ୟାମେରା ୮ ଏମପିର ଅଟେ ।