ନ୍ୟୁଜ୍ଶିକ୍ଷା

ସମୀର ଦାସ, ରାଜ୍ୟରେ ଏବେ ଖୋଲିବନି ସ୍କୁଲ୍ l

ସତ୍ୟଶିଖା ( ଭୁବନେଶ୍ୱର ) ୧୫ .୦୮.୨୦୨୦ : ରାଜ୍ୟରେ ଏବେ ଖୋଲିବନି ସ୍କୁଲ୍  କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କରୋନା ମହାମାରୀ ସମୟରେ  ରାଜ୍ୟରେ କୌଣସି ସ୍କୁଲ୍‌ ଖୋଲିବ ନାହିଁ । ପିଲାଙ୍କୁ ପାଠ ପଢାଇବା ପାଇଁ ନୂଆ ଯୋଜନା ଆରମ୍ଭ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାର ନାମ ରହିବ ଶିକ୍ଷା ସମ୍ପର୍କ ଯୋଜନା । ଦେଶରେ କରୋନା ଭାଇରସ ପାଇଁ ଜୀବନ ଯାତ୍ରା ଠପ୍ ହୋଇଯାଇଛି ।

ଲକଡାଉନ୍ ପରେ ଅନଲକ୍ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରାୟତଃ ସ୍କୁଲ ଓ କଲେଜ ବନ୍ଦ ରହିଛି । କେବେ ସ୍କୁଲ କଲେଜ ଖୋଲିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ତେବେ ଏହାମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ଏବେ ସ୍କୁଲ ଖୋଲିବାର ସମ୍ଭବନା ନାହିଁ । ଶିକ୍ଷା ସମ୍ପର୍କ ଯୋଜନାରେ, ଗାଁକୁ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ପାଠ ପଢାଇବେ । ଏବେ ୨୨ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Show More
Back to top button