ସତ୍ୟଶିଖା (ଭୁବନେଶ୍ୱର ) ୧୮.୦୯.୨୦୨୩ : ପ୍ରଥମ ଥର ଆସିଲା ନୂଆଁଖାଇରେ ସମ୍ବଲପୁରୀ ଫେବ୍ରିକ ଜୁଏଲାରି। ସୁନା ରୁପା ଭଳି ସମ୍ବଲପୁରୀ ଫେବ୍ରିକ ଜୁଏଲାରି ଆସିଲା । ସମ୍ବଲପୁରୀ କପଡାରେ ଜୁଏଲାରି ନିର୍ମାଣ ପ୍ରଥମ ଥର । ସମ୍ବଲପୁର ର ସମ୍ବଲଶ୍ରୀ ଫେସନ ସମ୍ଵଲପୁରୀ କପଡା ପ୍ରଚାର ପ୍ରସାର କରିବାରେ ଆଗକୁ ବଢିଚାଲିଛି । ଏବେ ପ୍ରଥମ ଥର ଭାବେ ସମ୍ବଲପୁରୀ କପଡା ନିଜର ପୋଷାକ ସହ ମ୍ୟାଚ କରୁଥିବା ଭଳି ଜୁଏଲାରି ପ୍ରସ୍ତୁତି କରାଯାଇଛି । ସମ୍ବଲପୁରୀ ଫେବ୍ରିକ ନେକଲେସ, ଇୟର ରିଂଙ୍ଗ, ହେୟାର କ୍ଲିପ, ବ୍ରାସଲେଟ ଆଦି ତିଆରି ଆରମ୍ଭ ହୋଇଛି । ଏହାର ୩୦୦ ରୁ ୫ ଶହ ଟଙ୍କା ମଧ୍ୟରେ ସେଟ ମିଳିବ । ନିଜର ଡ୍ରେସ କୁ ମ୍ୟାଚ କରୁଥିବା ଫ୍ରେବିକ ଜ୍ବେଲେରୀ ହାଳକା ରହିବ । ପିନ୍ଧିବା ଲୋକ କୁ କୌଣସି ଓଜନ ଲାଗିବ ନାହି । ତେଵେ ଏହା ଦେଶରେ ପ୍ରଥମ ଥର ଭାବେ ସମ୍ଵଲଶ୍ରୀ ଫେସନ ପକ୍ଷରୁ ଫେବ୍ରିକ ଜୁଏଲାରି ନିର୍ମାଣ କରିଥିବା ଫେସନର ମୁଖ୍ୟ ପ୍ରମୋଦ ମହାପାତ୍ର କହିଛନ୍ତି।
ସମ୍ବଲଶ୍ରୀ ଫେସନ ସମ୍ବଲପୁର କପଡାରେ ଫେସନ ବଢାଇବା ପାଇ ପ୍ରଥମେ ସମ୍ବଲପୁରୀ କପଡା ବିଭିନ୍ନ ଡିଜାଇନର ରେଡିମେଟ ପୋଷାକ ମହିଳା , ପୁରୁଶ ଓ ଶିଶୁ ମାନଙ୍କ ପାଇ ତିଆରି କରୁଥିଲେ । ଏହି ଫେଵ୍ରିକ ଜୁଏଲାରି ମହିଳା ମାନଙ୍କ ନିଜର ଡ୍ରେସ ମ୍ୟାଚ ସହ ପିନ୍ଧିଲେ ନିଜର ସୁନ୍ଦରତା ଆହୁରି ବଢାଇବ। ଏହା ପାଣିରେ ଭିଜିଲେ ନଷ୍ଟ ନହେବା ସହ ତୁରନ୍ତ ଶୁଖିଯିବ । ତେଵେ ଏହି ସମ୍ବଲପୁରୀ କପଡାର ଫେବ୍ରିକ ଜୁଏଲାରି ଆସିବା ପରେ ମହିଳା ମାନେ ପିନ୍ଦି ବେଶ ଖୁସିଥିବା କହିଛନ୍ତି । ସମ୍ବଲପୁରୀ କପଡା ଦେଶରେ ଯେତିକି ଚାହିଦା ରହିଛି । ଏବେ ଏହି ଫେବ୍ରିକ ମଧ୍ୟ ତାଠୁ ଅଧିକ ଲୋକ ଙ୍କ ପସନ୍ଦ କୁ ଆସିବ ବୋଲି କୁହାଯାଉଛି ।