ନ୍ୟୁଜ୍ସାହିତ୍ୟ ଓ ସଂସ୍କୃତି

ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ଆଜି ସମ୍ବଲପୁରୀ ଦିନ୍।

ସତ୍ୟଶିଖା ୦୧/୦୮/୨୦୨୫: ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ସାହିତ୍ୟ ତଥା ଭାଷାର ସ୍ରଷ୍ଟା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ତେଣୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସମ୍ବଲପୁରୀ ସଂସ୍କୃତିକୁ ତାଙ୍କ ଅବଦାନର ସମ୍ମାନ ସ୍ୱରୂପ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।ସେପଟେ ସମ୍ବଲପୁରୀ ଦିବସ । ନୂଆ ପୋଷାକ ପିନ୍ଧି, ନାଚି ଗାଇ ଉତ୍ସବ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପ୍ରତିବର୍ଷ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଳାବାସୀ ।

ଆଜିର ଦିନରେ ସମ୍ବଲପୁରୀ ପୋଷାକ ସହ ଜମିବ ନାଚ ଗୀତର ଆସର । ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହେବେ ସାରା ପଶ୍ଚିମ ଓଡ଼ିଶାବାସୀ । ଦୀର୍ଘବର୍ଷ ଧରି ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି ।  ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହି ଦିବସର ଏକମାତ୍ର ଲକ୍ଷ୍ୟ ।

ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେ କହିଛନ୍ତି ସମ୍ବଲପୁରୀ ଦିନ୍ ଅବ୍‌ସର୍ ଥି ସମ୍’ଙ୍କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଇ ମହାନ ଦିନରେ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମୋର୍ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ଜନଉଛେଁ। ଜୟ ମା’ ସମଲେଇ ।

Show More
Back to top button