ନ୍ୟୁଜ୍ରାଜ୍ୟ

UNESCO ର ଆଇକନିକ୍‌ ହେରିଟେଜ ବୟନ ତାଲିକାରେ ସମ୍ବଲପୁରୀ ବାନ୍ଧ ଶାଢୀ

ସତ୍ୟଶିଖା( ଭୁବନେଶ୍ୱର )୦୮.୧୦.୨୦୨୨: UNESCO ର ଆଇକନିକ୍‌ ହେରିଟେଜ ବୟନ ତାଲିକାରେ ସ୍ଥାନ ପାଇଛି ସମ୍ବଲପୁରୀ ବାନ୍ଧ ଶାଢୀ । ଓଡ଼ିଶାରୁ ୫ଟି ବୟନ ଶିଳ୍ପକୁ ମିଳିଲା ବିଶ୍ଵ ମାନ୍ୟତା । ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ  ସ୍ଥାନ ପାଇଥିବା ଓଡ଼ିଶାର ୫ଟି ଐତିହ୍ୟ ବୟନ ଭିତରେ ସମ୍ବଲପୁରୀ ବାନ୍ଧ ଶାଢୀ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ଓ ବ୍ୟବସାୟୀ ।

ୟୁନେସ୍କୋର ମାନ୍ୟତା ଏଭଳି ଅନନ୍ୟ ଓ ଐତିହ୍ୟ ସମ୍ପନ୍ନ ବୟନକୁ ପୁଣି ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଆଶା କରିଛନ୍ତି । ତେବେ କେତେବେଳେ କଞ୍ଚାମାଲ ଅଭାବ ତ ଆଉ କେତେବେଳେ ସରକାରୀ ଉଦାସୀନତା କାରଣରୁ ଏଭଳି ଅନନ୍ୟ ବୟନ ତାର ସତ୍ତା ହରାଇବାକୁ ଲାଗିଛି । ଉଚିତ ପାରିଶ୍ରମିକ ମିଳୁନଥିବାରୁ ମୁହଁ ଫେରାଇ ନେଉଛନ୍ତି ବୁଣାକାର । ଏତିକି ବେଳେ ୟୁନେସ୍କୋର ମାନ୍ୟତା ଏଭଳି ଅନନ୍ୟ ଓ ଐତିହ୍ୟ ସମ୍ପନ୍ନ ବୟନ ପୁଣି ପୁନରୁଦ୍ଧାର ହୋଇପାରିବ ବୋଲି ଆଶା କରାଯାଉଛି ।

Show More
Back to top button