ସ୍ୱାଧୀନତା ଦିବସ ଓ ନୂଆଁଖାଇରେ ସଟ୍ଡାଉନ୍ ହେବନି ସମ୍ବଲପୁର l


ସତ୍ୟଶିଖା ( ସମ୍ବଲପୁର ) ୧୧.୦୮.୨୦୨୦ : ସମ୍ବଲପୁରବାସୀଙ୍କ ପାଇଁ ଖୁସୀ ଖବର ସ୍ୱାଧୀନତା ଦିବସ ଓ ନୂଆଁଖାଇରେ ସଟ୍ଡାଉନ୍ ହେବନି ସମ୍ବଲପୁର । ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ସଟଡାଉନ ହେବ ନାହିଁ । ଏହି ଦୁଇ ଦିନ ସମ୍ବଲପୁର ସହର ସ୍ୱାଭାବିକ ରହିବ । ଏହା ବଦଳରେ ଅଗଷ୍ଟ ୧୬ ଓ ୧୭ ତାରିଖରେ ସଟଡାଉନ କରାଯିବ । ଏନେଇ ସମ୍ବଲପୁର ଜିଲ୍ଲାପାଳ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ମହାମାରୀ କରୋନା ପାଇଁ ସଟଡାଉନ ଓ ଲକଡାଉନ କଟକଣା ଜାରି ରହିଛି ।
ମହାମାରୀ ଆତଙ୍କ କାରଣରୁ ବହୁ ପୂଜା ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ହେଉଥିବା ବେଳେ କିଛି କିଛି ସ୍ଥାନରେ କଟକଣା ସହ ପାଳନ ହେଉଛି ଧାର୍ମିକ କାର୍ଯ୍ୟ । ଏହି ମଧ୍ୟରେ ନୂଆଁଖାଇ ଓ ସ୍ଵାଧୀନତା ଦିବସ ଦିନ ସପ୍ତାହନ୍ତ ସଟଡାଉନ ପଡୁଥିବାରୁ ପର୍ବ ପାଳନକୁ ନେଇ ପଶ୍ଚିମ ଓଡ଼ିଶାବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନଜରରେ ରଖି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ । ନୂଆଁଖାଇ ପାଳନ ପାଇଁ ଅନୁମତି ଦେବାକୁ ଦୁଇ ନେତା ଅନୁମତି ମାଗିଥିଲେ ।