ମନୋରଞ୍ଜନସିନେମା

ହସ୍ପିଟାଲରେ ଭର୍ତ୍ତି ହେଲେ ସାୟରା ବାନୁ

ସତ୍ୟଶିଖା(ନୂଆଦିଲ୍ଲୀ ) ୧ .୦୯ .୨୦୨୧:  ଅସୁସ୍ଥ ହୋଇ ପଡିଛନ୍ତି ସ୍ବର୍ଗତଃ ବଲିଉଡ ଅଭିନେତା ଦିଲିପ୍ କୁମାର ଙ୍କ ପତ୍ନୀ ସାୟରା ବାନୁ । ଦିଲିପ୍ କୁମାର ଏ ଦୁନିଆଁକୁ ଅଲବିଦା କରି, ଆରପାରିକୁ ଚାଲିଯିବା ପରେ, ସ୍ବାମୀଙ୍କୁ ମନେ ପକାଇ ଝୁରି ହେଉଛନ୍ତି  ସାୟରା । ତେବେ ଖବର ଅନୁଯାୟୀ, ଗତ ତିନି ଦିନରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି  କରାଯାଇଛି  । ତାଙ୍କର ବ୍ଲଡପ୍ରେସର ନର୍ମାଲ ହୋଇ ନାହିଁ ଏବଂ ଅକ୍ସିଜେନ ଲେବୁଲ ମଧ୍ୟ କମ୍ ହେବାରେ ଲାଗିଛି । ଯେଉଁ କାରଣରୁ ତାଙ୍କର ନିଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହେଉଛି । ୩ ଦିନ ଧରି ସେ ଆଇସିୟୁ ରେ ଅଛନ୍ତି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଦିଲିପ୍ କୁମାର ଚାଲିଯିବା ପରେ ଅସୁସ୍ଥ ହୋଇ ପଡିଛନ୍ତି ସାୟରା ।  ସେ ଚାଲିଯିବା ପରେ, ନାଁ ସେ କାହାସହ ଭଲଭାବେ କଥା ହେଉଥିଲେ ନାଁ ,କାହାକୁ ଭେଟୁଥିଲେ । ସାୟରାଙ୍କର ପୁରା ଦୁନିଆଁ ଥିଲେ ଦିଲିପ୍ କୁମାର ।

 

Show More
Back to top button