ନ୍ୟୁଜ୍ରାଜ୍ୟ

ସାଇକୃପା କଲେଜ ସିଲ୍ : ୩୩ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ କଡା ହେଲା ପ୍ରଶାସନ

ସତ୍ୟଶିଖା ( ଢେଙ୍କାନାଳ ) ୦୨ /୧୨ /୨୦୨୧: ସାଇକୃପା ଆବାସିକ କଲେଜରୁ ୩୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଘଟଣା ପରେ  ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ । କଲେଜ ସହ ତିନୋଟି ହଷ୍ଟେଲକୁ ପ୍ରଶାସନ ସିଲ୍ କରିଛି ।  ଏହାସହ ସାଇକୃପା କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ବୁଧବାର କଲେଜର ୩୩ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହାକୁ ନେଇ ସାରା ସହରାଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।  ଫଳରେ ଡିସେମ୍ବର ୧୦ ରାତି ପର୍ଯ୍ୟନ୍ତ ସମସ୍ତ କୁଞ୍ଜକାନ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ।

ତେବେ ଗୁରୁବାର ଜିଲ୍ଲା ପ୍ରଶାସନ ଆହୁରି କଡା ଆଭିମୁଖ୍ୟ ପୋଷଣ କରିଛି । ପ୍ରଶାସନ କଲେଜକୁ ସିଲ୍ କରିବା ସହ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Show More
Back to top button