

ସତ୍ୟଶିଖା,(ନୂଆଦିଲ୍ଲୀ) ୨୭ .୦୩ .୨୦୨୧ : କ୍ରିକେଟର ଭଗବାନ ଭାବେ ପରିଚିତ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
ନିକଟରେ ସଚିନ ରୋଡ ସେଫ୍ଟି ଲିଜେଣ୍ଡ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାମ୍ପିଅନ ହୋଇଥିଲା । ତେବେ ସେ କୋଭିଡ୍ ପଜିଟିଊ୍ ଚିହ୍ନଟ ହେବା ପରେ ତାଙ୍କ ଫ୍ୟାନ୍ ମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ସଚିନ ପଜିଟିଭ୍ ଚିହ୍ନଟ ପରେ ଟ୍ୱିଟ କରି ଲେଖିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ଡାକ୍ତରଙ୍କ ପରାମର୍ଶକ୍ରମେ ସବୁ କରୁଛନ୍ତି । ତାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ।ତେବେ ପରିବାରର ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହାସହ ଘରେ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ଦେଇଛନ୍ତି ।
ଏତତ୍ ବ୍ୟତୀତ ତାଙ୍କୁ ଭଲ ପାଉଥିବା ସମସ୍ତ ଫ୍ୟାନ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।