ସତ୍ୟଶିକ୍ଷା (ଭୁବନେଶ୍ୱର) ୨୫ .୦୯.୨୦୨୦ : କରୋନା ଲକ୍ଡାଉନ୍ ଏବଂ ସଟଡାଉନ୍ରେ ଓଡିଆ ପ୍ରବାସୀଙ୍କ ଭଗବାନ ସାଜିଥିବା ସବ୍ୟସାଚୀ ମିଶ୍ର ଗୋଟେ ପରେ ଗୋଟେ ପୂଣ୍ୟକାମ କରି ଚାଲିଛନ୍ତି । କେବଳ ଓଡିଆ ପ୍ରବାସୀ ନୁହଁନ୍ତି, ବାହାର ରାଜ୍ୟର ଅନେକ ପ୍ରବାସୀଙ୍କୁ ନିଜ ଘରକୁ ଫେରିଯିବାରେ ସବ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ବର୍ତ୍ତମାନ ରାଜ୍ୟବାସୀଙ୍କ ପାଇଁ ରିଏଲ ସୁପରଷ୍ଟାର ହେଉଛନ୍ତି ସବ୍ୟସାଚୀ ମିଶ୍ର । ଏହି କଥା ଆମେ କହୁନି, ପ୍ରତିଦିନ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ପୋଷ୍ଟ ଗୁଡିକ ପ୍ରମାଣ କରୁଛି । କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଭିଡିଓରେ ଜଣେ ଝିଅ କାନ୍ଦି କାନ୍ଦି କହୁଥାଆନ୍ତି, ମୋ ପାଖରେ ଟଙ୍କା, ମୋ ହାତରେ ଟ୍ୟୁମର ହୋଇଛି, ଭଲ କରିବା ପାଇଁ ଲକ୍ଷେ ଟଙ୍କା ଦରକାର, ମୋତେ ସାହାଯ୍ୟ କରନ୍ତୁ । ଏମିତି ଭୋ ଭୋ ହୋଇ କାନ୍ଦି କାନ୍ଦି ଗୁହାରି କରୁଥାଆନ୍ତି । ସେ ଝିଅ ଆଉ କିଏ ନୁହଁନ୍ତି, ସେ ହେଉଛନ୍ତି କୁନି ପଣ୍ଡା, ତାଙ୍କ ବୟସ ୨୭ ବର୍ଷ। ପୁରୀ ଜିଲ୍ଲାର ସଦର ବ୍ଲକର ବାଲିପଡା ଗ୍ରାମରେ ତାଙ୍କ ଘର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଦରଦୀ ମଣିଷ ସବ୍ୟସାଚୀ କୁନିଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଖାଲି ସହଯୋଗର ହାତ ବଢ଼ାଇ ନାହାଁନ୍ତି ତ, ଆଜି ଏମ୍ସ ହସ୍ପିଟାଲକୁ ଆଣି ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି ।
କୁନିଙ୍କୁ ସହଯୋଗର ହାତ ବଢ଼ାଇଲେ ସବ୍ୟ: କହିଲେ, ‘ତମେ ଏକା ନୁହଁ, ଆମେ ତମ ସାଙ୍ଗରେ ଅଛୁ’ l
