ନ୍ୟୁଜ୍ମନୋରଞ୍ଜନରାଜ୍ୟସିନେମା

କ୍ରାଇମବ୍ରାଞ୍ଚରେ ସବ୍ୟର୍ଚ୍ଚିତା; କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭ ଉନ୍ମୋଚନ

ସତ୍ୟଶିଖା( ଭୁବନେଶ୍ୱର)୨୧.୦୪.୨୦୨୨: ସାଇବର ଠକ ତଥା ସାଇବର ଅପରାଧ ସମ୍ବନ୍ଧରେ ଲୋକଙ୍କୁ ସଚେନତ କରିବେ ଓଲିଉଡ଼ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। କ୍ରାଇମବ୍ରାଞ୍ଚ ସାଇବର ସେଲର ବ୍ରାଣ୍ଡ ଆମ୍ବାସାଡ଼ର ହୋଇଛନ୍ତି ଏହି ଷ୍ଟାର ଦମ୍ପତି। ବୁଧବାର ଏହି ଅବସରରେ ସାଇବର ଠକଙ୍କଠାରୁ କିପରି ବର୍ତ୍ତିବା ସେନେଇ ଏକ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭ ଉନ୍ମୋଚନ ମଧ୍ୟ ହୋଇଛି, ଯେଉଁଥିରେ ସବ୍ୟସାଚୀ ଓ ଅର୍ଚ୍ଚିତା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ବସନ୍ତ ସାହୁ ଏହାର ନିର୍ଦେଶନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସବ୍ୟର୍ଚ୍ଚିତାଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜେ ସଞ୍ଜୀବ ପଣ୍ଡା, ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ।

Show More
Back to top button