ସତ୍ୟଶିଖା( କିଭ୍)୧୧.୦୩.୨୦୨୨ : ଚାଲିଛି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଘମାଘୋଟ ଲଢ଼େଉ । ଆଜିକୁ ୧୬ ଦିନରେ ପହଞ୍ଚିଲାଣି ଯୁଦ୍ଧ । ଏହାରି ଭିତରେ ଉଭୟ ଦେଶର ଅନେକ ସୈନିକ ଓ ସାଧାରଣ ଲୋକଙ୍କ ଜୀବନ ଗଲାଣି । ଘଟଣାକୁ ନେଇ ଶିଖର ସମ୍ମିଳନୀରେ କ୍ରୋଏସିଆର ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କ୍ରୋଏସିଆର ପ୍ରଧାନମନ୍ତ୍ରୀ ୟୁକ୍ରେନର ସଦସ୍ୟତା ପାଇଁ ଆବେଦନ ଉପରେ ନିଜର ବିବୃତି ରଖିଛନ୍ତି । ୟୁରୋପୀୟ ସଂଘରେ ରାତାରାତି ଯୋଗଦେବା ଅସମ୍ଭବ ବୋଲି ସେ କହିଛନ୍ତି । ଅନ୍ୟପଟେ ଯୁଦ୍ଧକୁ ନେଇ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କହିଛନ୍ତି ୟୁଏଇର ସଦସ୍ୟତା ପାଇଁ ୟୁକ୍ରେନର ଆବେଦନକୁ ବିଚାର କରିବାର ପ୍ରକ୍ରିୟା କିଛି ମାସ କିମ୍ବା ବର୍ଷ ମଧ୍ୟ ନେଇପାରେ ।
ଯୁଦ୍ଧକୁ ନେଇ ବେଲାରୁଷ ବ୍ୟାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ବେଲାରୁଷର ୩ଟି ବ୍ୟାଙ୍କ ବେଲାଗ୍ରୋପ୍ରୋମ, ଡାବ୍ରାବାଇଟ୍ ଏବଂ ଡେଭଲପମେଣ୍ଟ ବ୍ୟାଙ୍କ ବିରୋଧରେ ଜାପାନ ଉପରେ କଟକଣା ଲାଗୁ କରିଛି । ଅନ୍ୟପଟେ ରୁଷ ମଧ୍ୟ ବାରମ୍ବାର ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି । ରୁଷର ଆକ୍ରମଣରେ ୟୁକ୍ରେନର ୬୩ଟି ଡାକ୍ତରଖାନା ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ରୁଷର ଏହି ଆକ୍ରମଣରେ ୟୁକ୍ରେନର ୨୮୦ ଟି ସ୍କୁଲ ନଷ୍ଟ ହୋଇଯାଇଛି ।
ଯୁଦ୍ଧ ଆରମ୍ଭରୁ ରୁଷ ୟୁକ୍ରେନର ୨୮୦ ଟି ସ୍କୁଲ ଉପରେ ଆକ୍ରମଣ କରିଛି । ୟୁକ୍ରେନର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ୨୮୦ ରୁ ଅଧିକ ଶିକ୍ଷା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ସ୍କୁଲ ଗୁଡ଼ିକ ଉପରେ ବୋକା ପକାଇବା କରଣରୁ ସ୍କୁଲ ଗୁଡ଼ିକ ନଷ୍ଟ ହୋଇଯାଇଛି ବୋଲି ୟୁକ୍ରେନର ଶିକ୍ଷା ମନ୍ତ୍ରୀ କହିଛନ୍ତି ।