କ୍ୟାମେରା ମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ଋଷ ଏମର୍ଜେନ୍ସି ମିନିଷ୍ଟର

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୮ /୦୯ /୨୦୨୧: ଋଷର ଜରୁରିକାଳୀନ ମନ୍ତ୍ରୀ (ଏମର୍ଜେନ୍ସି ମିନିଷ୍ଟର)ଜିନିଚେବଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। କ୍ୟାମେରା ମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ଜିନିଚେବ ପ୍ରାଣ ହରାଇଛନ୍ତି। ଋଷ ମିଡିଆରେ ପ୍ରକାଶିତ ଖବର ମୁତାବିକ, ​‌ସୈନ୍ୟ ଅଭ୍ୟାସ ସମୟରେ ସୁଟିଂ କରୁଥିବା କ୍ୟାମେରା ମ୍ୟାନ ପାଣିରେ ପଡ଼ିଯାଉଥିବା ଦେଖି ସେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ ତାଙ୍କର ଗୋଡ଼ ଖସିଯିବାରୁ ମୃତ୍ୟୁ ହୋଇଛି ।

ମନ୍ତ୍ରୀ ଜିନିଚେବଙ୍କ ମୃତ୍ୟୁ ଖବର ଜରୁରିକାଳୀନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଦିଆଯାଇଛି। ୫୫ ବର୍ଷୀୟ ଜିନିଚେବ ନୋରିଲସ୍କରେ ଚାଲିଥିବା ସେନା ଅଭ୍ୟାସ ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଯାଇଥିଲା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅନେକ ଲୋକ ଥିଲେ। କିନ୍ତୁ ସେମାନେ ଜାଣିପାରିଲେ ନାହିଁ କାହିଁକି ଜିନିଚେବ ପାଣିକୁ ଡେଉଁଛନ୍ତି। ସେ ପାଣିକୁ ଲମ୍ଫ ମାରିବା ପରେ ତଳେ ଥିବା ଏକ ପଥରରେ ପିଟି ହୋଇଯାଇଥିଲେ ବୋଲି ଏକ ଋଷ ଗଣମାଧ୍ୟମର ସମ୍ପାଦକ ମାର୍ଗାରିଟା ସିମୋନିଆନ୍‌ କହିଛନ୍ତି।

ଜିନିଚେବ ୨୦୧୮ରୁ ଋଷର ଏମର୍ଜେନ୍ସି ମିନିଷ୍ଟର ଥିଲେ। ତାଙ୍କ ପୂର୍ବରୁ ଏହି ପଦରେ ଯିଏ ଥିଲେ ତାଙ୍କୁ ସାଇବେରିଆରେ ସପିଂ ମଲ୍‌ରେ ଘଟିଥିବା ଅଗ୍ନିକାଣ୍ଡ ପରେ ବହିଷ୍କାର କରାଯାଇଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାର ସେ ତଦରଖ କରୁଥିଲେ ବୋଲି କୁହାଯାଏ।

Exit mobile version