

ସତ୍ୟଶିଖା( ନୂଆଦିଲ୍ଲୀ )୨୪.୦୨.୨୦୨୨ : ଘନଉଛି ୟୁକ୍ରେନ ଋଷ ବିବାଦ । ଏଥି ମଧ୍ୟରେ ଋଷ ମଧ୍ୟ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ରାଷ୍ଟ୍ରପତି ପୁଟିନଙ୍କ ସାମରିକ କାର୍ୟ୍ୟାନୁଷ୍ଠାନ ଆଦେଶ ମଧ୍ୟରେ ଭାରତ ତାର ପକ୍ଷ ରଖିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ନିଜର ପକ୍ଷ ଉପସ୍ଥାପନ କରିଛି । ଭାରତ କହିଛି ଯୁଦ୍ଧକୁ ତୁରନ୍ତ ସ୍ଥଗିତ ରଖିବାକୁ ଆମେ ନିବେଦନ କରୁଛୁ । ପରିସ୍ଥିତି ଏକ ବଡ଼ ସଙ୍କଟରେ ପରିଣତ ହେବାକୁ ଯାଉଛି। ଯଦି ଏହାକୁ ସାବଧାନତାର ସହିତ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ସୁରକ୍ଷାକୁ ଦୁର୍ବଳ କରିପାରେ । ସମସ୍ତ ପକ୍ଷର ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍ ବୋଲି ଭାରତ କହିଛି । ଅନ୍ୟ ପଟେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଆରମ୍ଭ କରିସାରିଛି । ଯାହା ସମସ୍ତ ଦେଶ ମଧ୍ୟରେ ଚିନ୍ତାର କାରଣ ପାଲଟିଛି । ଭାରତ ଆହୁରି ମଧ୍ୟ ତାର ବିବୃତିରେ କହିଛି କି ଆମେ ସମସ୍ତ ଦେଶକୁ ସଂଯମତା ରକ୍ଷା କରିବାକୁ କହୁଛୁ । ଆମେ ଆଶା ରଖିଛୁ ଏହାର ସମାଧାନ ନିଶ୍ଚୟ ହେବ ।