ନ୍ୟୁଜ୍ରାଜ୍ୟ

ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଉଚ୍ଚ ନ୍ୟାୟାଳୟ

ସତ୍ୟଶିଖା (କଟକ)୦୫.୦୨.୨୦୨୨: ଓଡିଶା ଉଚ୍ଚ ନ୍ୟାୟାଳୟ ଏଣିକି ଉଭୟ ଆଭାସି (ଭରଚୁଆଲ) ଓ ପ୍ରତ୍ୟକ୍ଷ (ଫିଜିକାଲ) ମୋଡ଼ରେ ମାମଲା ଶୁଣାଣି ହେବ। ତେବେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ ଚାଲିବ। ଆସନ୍ତା ୭ରୁ ଉଚ୍ଚ ନ୍ୟାୟାଳୟରେ ଏହି ବ୍ୟବସ୍ଥା ଲାଗୁ ହେବ। ସୂଚନା ଯୋଗ୍ୟ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଜାନୁଆରୀ ୧୦ରୁ ଫେବୃଆରୀ ୪ ପର୍ୟ୍ୟନ୍ତ ଚାଲୁଥିଲା ଉଚ୍ଚ ନ୍ୟାୟାଳୟ। ଏଥି ସହିତ କେବଳ ଆଭାସି ବ୍ୟବସ୍ଥାରେ ମାମଲା ଶୁଣାଣି ଚାଲିଥିଲା। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ସହିତ ସରକାର ଜାନୁଆରି ୩୧ରେ ଜାରି କରିଥିବା ବିିଜ୍ଞପ୍ତିକୁ ବିଚାରକୁ ନେଇ ଉଚ୍ଚ ନ୍ୟାୟାଳୟ ତରଫରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ହାଇବ୍ରିଡ୍ ମୋଡରେ ମାମଲା ଶୁଣାଣି ଫେବୃଆରୀ ୭‌ରୁ ଆରମ୍ଭ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Show More
Back to top button