ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରନ୍ ମେସିନ୍ ବିରାଟ କୋହଲି ଆଜି ୩୨ ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ କୋହଲିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ଦିନ ତମାମ ଟ୍ବିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟି ଯାଇଛନ୍ତି ବିରାଟ କୋହଲି । ପଡିଆ ମଧ୍ୟରେ ନିଜର ଦବଦବା ଦେଖାଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଭାରତର କିମ୍ବଦନ୍ତୀ କ୍ରିକେଟର ବିରାଟ କୋହଲି । ଗୁରୁବାର ଜନ୍ମଦିନ ଅବସରରେ ବିଶ୍ବର କୋଣ ଅନୁକୋଣରୁ କୋହଲିଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି ପ୍ରଶଂସକ ।
୩୨ ବର୍ଷରେ ପାଦ ଦେଲେ ରନ୍ ମେସିନ୍ ବିରାଟ କୋହଲି
