ମନୋରଞ୍ଜନସିନେମା

ରଣବୀର-ଆଲିଆଙ୍କ ବିବାହକୁ ନେଇ ଚର୍ଚ୍ଚା

ସତ୍ୟଶିଖା ( ଭୁବନେଶ୍ୱର ) ୨୭ /୦୯ /୨୦୨୧:ନିକଟରେ ବଲିଉଡର କ୍ୟୁଟ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ହ୍ୟାଣ୍ଡସମ୍ ହଙ୍କ୍ ରଣବୀର କପୁର ଯୋଧପୁରରେ ଏକାଠି ସ୍ପଟ ହୋଇଛନ୍ତି । ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତାଙ୍କର ଏହି ଫଟୋ ଦେଖିବା ପରେ, ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଛି । ଏବଂ ଦୁହେଁ ବିବାହର ଭେନ୍ୟୁ ଦେଖିବାକୁ ଯାଇଛନ୍ତି ବୋଲି ଲୋକେ ଟୁପୁରୁ ଟାପୁରୁ ହେବା ଆରମ୍ଭ କଲେଣି ।

ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, କମେଣ୍ଟ ମଧ୍ୟ କରୁଛନ୍ତି ।  ଅନେକ ଲୋକ ତାଙ୍କୁ ଶୁଭକାମନା ମଧ୍ୟ ଜଣାଉଛନ୍ତି ।

ଏହି ଫଟୋରେ ରଣବୀର କପୁର ଏକ ବ୍ରାଉନ୍ କଲର ଲୁଜ୍ ଟି-ସାର୍ଟ ସହିତ ଟ୍ରାଉଜର ପିନ୍ଧିଥିବା ବେଳେ, ଆଲିଆ ଗ୍ରୀନ୍ ହ୍ବାଇଟ ପ୍ରିଣ୍ଟ ଜ୍ୟାକେଟ ସହିତ, ଜିନ୍ସ ପିନ୍ଧିଥିବା ନଜର ଆସୁଛନ୍ତି । ଏହା ସହିତ ଦୁହେଁ ମାସ୍କ ମଧ୍ୟ ଲଗାଇଛନ୍ତି ।

ତେବେ ଭାଇରାଲ ହେଉଥିବା ଫଟୋକୁ ନେଇ କୁହାଯାଉଥିବା କଥାକୁ ନେଇ, ବର୍ତ୍ତମାନ ଯାଏଁ ଉଭୟଙ୍କ ପକ୍ଷର କୌଣସି ସ୍ପଷ୍ଟ ହୋଇନାହିଁ । ହୁଏତ ଦୁହେଁ କୌଣସି କାମରେ ସାଥିହୋଇ ଯୋଧପୁର ଯାଇଥାଇ ପାରନ୍ତି ବୋଲି କୁହାଯାଇପାରେ ।

Show More
Back to top button