

ସତ୍ୟଶିଖା( ମୁମ୍ବାଇ) ୦୫ .୦୫.୨୦୨୧: ବଲିଉଡ୍ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରିଙ୍କ ମୃତ୍ୟୁ ଖବର ପରେ ଏବେ ସୋସିଆଲ ମିଡିଆରେ ସିଙ୍ଗର ଲକି ଅଲିଙ୍କ ଦେହାନ୍ତ ନେଇ ଗୁଜବ ସୃଷ୍ଟି ହୋଇଛି । ତେବେ ଏହି ଗୁଜବ ପରେ ଲକି ଅଲିଙ୍କ ବନ୍ଧୁ ଅଭିନେତ୍ରୀ ନାଫିସା ଅଲି ଟ୍ବିଟ୍ କରି ଏହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି । ସେ ତାଙ୍କ ଲେଖିଛନ୍ତି ଯେ ଲକି ଅଲି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ନିଜ ପରିବାର ସହିତ ସମୟ ବିତାଉଛନ୍ତି । ସେ କୋଭିଡ୍-୧୯ ପଜିଟିଭ୍ ମଧ୍ୟ ହୋଇନାହାନ୍ତି । ନାଫିସା ଅଲିଙ୍କ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।