ଅପରାଧନ୍ୟୁଜ୍ରାଜ୍ୟ

ଆସିଲା ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ଯୋଗୁ ହୋଇଛି ମୃତ୍ୟୁ

ସତ୍ୟଶିଖା( ଭୁବନେଶ୍ୱର )୦୫ .୦୭ . ୨୦୨୨:  ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟକୁ ୪ ଦିନ ପୂରିଥିବା ବେଳେ ଆଜି ଆସିଛି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ।  ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି। ବେକରେ ଫାଶି ଦେବାରୁ ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ।

ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଏନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅଧିକ ପରୀକ୍ଷା ପାଇଁ ଭିସେରା ନମୁନା ଲ୍ୟାବ ପଠାଯାଇଛି ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

ତେବେ ବ୍ୟବଚ୍ଛେଦ ରିପୋର୍ଟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ପରିବାର ଲୋକେ। ଶ୍ୱାସରୁଦ୍ଧ ଯୋଗୁ ଝିଅର ମୃତ୍ୟ ହୋଇଥିବା ଘଟଣାକୁ ପରିବାର ଲୋକେ ଅସ୍ୱୀକାର କରିଛନ୍ତି। ଝିଅକୁ ମାରି ଦିଆଯାଇଥିବା କହିଛନ୍ତି ରୁଚିକାଙ୍କ ବାପା ।
Show More
Back to top button