ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ୨୯ ଲକ୍ଷ ଟଙ୍କା ଲୁଟ୍‌

ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ହେଲା ଲୁଟ୍‌ । ଲୁଟେରାମାନେ ବନ୍ଧୁକ ଦେଖାଇ ନେଇ ଗଲେ ଟଙ୍କା ଭର୍ତ୍ତି ବାକ୍ସ। ସେଥିରେ ଥିଲା ୨୯ ଲକ୍ଷ ଟଙ୍କା। ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଟାଉନ୍‌ ଥାନା ଅଞ୍ଚଳରୁ।

ଅଭିଯୋଗ ଅନୁଯାୟୀ, ଏସ୍‌ବିଆଇ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ସିଏମ୍‌ଏସ୍‌ ସଂସ୍ଥାର ଚାରି ଜଣ କର୍ମଚାରୀ ଯାଇଥିଲେ। ରାତି ପ୍ରାୟ ୮ଟା ବେଳେ ସେମାନେ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟସ୍ଥ ଏକ ଏଟିଏମକୁ ଟଙ୍କା ଲୋଡ୍‌ କରିବାକୁ ଯାଇଥିଲେ। ଏହି ସମୟରେ ୩ଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନଙ୍କ ଠାରୁ ଟଙ୍କା ଭର୍ତ୍ତି ବାକ୍ସ ନେଇ ଯାଇଥିଲେ।

ଭଦ୍ରକ ଟାଉନ୍‌ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଟଙ୍କା ଡିପୋଜିଟ୍ କରିବାକୁ ଯାଇଥିବା ସିଏମ୍‌ସି ସଂସ୍ଥାର ୪ କର୍ମଚାରୀଙ୍କୁ ଥାନାରେ ରଖି ପୁଲିସ୍ ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମଚାରୀ ଓ ଗାଡ଼ି ଡ୍ରାଇଭର ଅଛନ୍ତି।

Exit mobile version