ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : କରୋନା ମହାମାରୀ ମୁକାବିଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଲକ୍ଡାଉନ୍ ଘୋଷଣା କରାଯିବା ପରଠାରୁ ଦେଶରେ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି । ଏହାର ସିଧାସଳଖ ପ୍ରଭାବ ପେନ୍ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ କାରବାର ଉପରେ ପଡ଼ିଛି । ପ୍ରତିବର୍ଷ ଦେଶରେ ପ୍ରାୟ ୨୦୦୦ କୋଟି ଟଙ୍କାର ପେନ୍ ବିକ୍ରି ହୋଇଥାଏ । ଚଳିତ ବର୍ଷ ଏହି ଶିଳ୍ପକୁ ବଡ଼ ଧରଣର ଧକ୍କା ଲାଗିଛି ।
ପେନ୍ ନିର୍ମାତାମାନେ ଦୁଇ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ପ୍ରଥମଟି ହେଉଛି ଗ୍ରାହକମାନଙ୍କ ମଧ୍ୟରେ ଚାହିଦା ନାହିଁ । ତେଣୁ ବିକ୍ରି କମ୍ ରହୁଛି । ଦ୍ବିତୀୟ କାରଣଟି ହେଉଛି ଜିଏସ୍ଟି । ପେନ୍ ଉପରେ ଯଦିଓ ୧୨ ପ୍ରତିଶତ ଟିକସ ଲଗାଯାଇଛି କିନ୍ତୁ କିଛି ଅଧିକାରୀ ବିଜ୍ଞପ୍ତିକୁ ଭୁଲ ତର୍ଜମା କରି କ୍ୟାପ୍, କ୍ଲିପ୍ ଓ ରିଫିଲ୍ ଉପରେ ୧୮ ପ୍ରତିଶତ ଟିକସ ଲଗାଉଛନ୍ତି । ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଲାଗି ପେନ୍ ନିର୍ମାତାମାନେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ଦୃଷ୍ଟି ଆକର୍ଷଣକ ରିଛନ୍ତି ।