ସତ୍ୟଶିଖା (କଟକ) ୨୪/୧୧/୨୦୨୦ : କଟକ ନୟାଗଡସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍ର ପର୍ଦ୍ଦାଫାସ୍ ହୋଇଛି । ଏହି ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ । ଏନେଇ ଟ୍ବିନ୍ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପୁଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।
କଟକ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍ର ପର୍ଦ୍ଦାଫାସ୍
