ଅପରାଧରାଜ୍ୟ

କଟକ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍

ସତ୍ୟଶିଖା (କଟକ) ୨୪/୧୧/୨୦୨୦ : କଟକ ନୟାଗଡସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଏହି ଲୁଟ୍‌ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ । ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପୁଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।ସୂଚନାଯୋଗ୍ୟ ନଭେମ୍ବର ୨୦ ଗୁରୁବାର କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ବନ୍ଧୁକ ମୁନରେ ଲୁଟ୍‌ ହୋଇଥିଲା । ୩୯ କିଲୋ ୫୦୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ନେଇ ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଇଥିଲେ ଆଇଆଇଏଫ୍‌ଏଲ୍ କର୍ତ୍ତୃପକ୍ଷ ।ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ହୋଇଥିବା ସୂଚନା ମିଳିଥିଲା । ଲୁଟ୍‌ ଘଟିବା ପରେ କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ  କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।

Show More
Back to top button