ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

୧କୋଟି ଟଙ୍କାର ବ୍ରାଉନସୁଗାର ଜବତ

ସତ୍ୟଶିଖା (ଭୁବନେଶ୍ୱର) ୩୧/୧୦/୨୦୨୦ : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚର S.T.F ଟିମ୍‌ ଏହି ବ୍ରାଉନସୁଗାର ଜବତ କରିଛି । ଧଳାଜହର କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି S.T.Fଖବର ଅନୁଯାୟୀ, ଭୁବନେଶ୍ୱରରୁ ପ୍ରାୟ ୧ କେଜି ୧୭୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ S.T.F । ବ୍ରାଉନସୁଗାର କାରବାର ଅଭିଯୋଗରେ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସେକ୍‌ ହସିମ ବକ୍ସକୁ ଗିରଫ କରାଯାଇଛି । ସେକ୍‌ ହସିମ ବାଲେଶ୍ୱରରୁ ଭୁବନେଶ୍ୱର ଆଣି ବ୍ୟବସାୟ କରୁଥିଲା ଧଳାଜହର ।ସେହିପରି ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ । ୨୪ଟି କେସ୍‌ ହୋଇଥିବା ବେଳେ ୪୪ ଜଣ ଗିରଫ ହୋଇଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି ।

Show More
Back to top button