ଆଜି ଆଇପିଏଲର ଦଶମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚାଲେଞ୍ଜର ବାଙ୍ଗାଲୋର l

ସତ୍ୟଶିକ୍ଷା ୨୮.୦୯.୨୦୨୦ : ଆଜି ଆଇପିଏଲର ଦଶମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚାଲେଞ୍ଜର ବାଙ୍ଗାଲୋର । ଏହି ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ୨ ଦଳ ମଧ୍ୟରେ ୨୭ ଥର ମୁକାବିଲା ହୋଇଥିବାବେଳେ ମୁମ୍ବାଇ ୧୮ ଥର ଏବଂ ବାଙ୍ଗାଲୋର 9 ଥର ଜିତିଛି । ତେବେ ଆଇପିଏଲ ୨୦୨୦ ନବମ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ୪ ବିସକେତ ରେ ହରାଇଲା ରାଜସ୍ଥାନ ରୟାଲସ ।ପ୍ରଥମେ ବ୍ୟାଟିଙ୍ଗ କରିଥିବା ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୨ ବିସକେତ ହରାଇ ୨୨୩ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଓପନର ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୦୬ ରନ କରିଥିବାବେଳେ ଅଧିନାୟକ ରାହୁଲ ୬୯ ରନ ସ୍କୋର କରିଥିଲେ । ୨୨୪ ପିଛା କରୁଥିବା ରାଜସ୍ଥାନ ୩ଟି ବଲ ବାକି ଥାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ, ସଞ୍ଜୁ ସାମସନ ଏବଂ ରାହୁଲ ତେୱତୀୟା ଅର୍ଦ୍ଧଶତକ ହାସଲ କରିଥିଲେ

Exit mobile version