ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୧୨/୨୦୨୦ : ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇଲେ ଏହି ଫୁଟବଲର, ଜିତିଲେ ଫିଫା ପୁରସ୍କାର l ଏହାସହ ଏହି ୩୨ ବର୍ଷୀୟ ଫୁଟବଲର ଷ୍ଟ୍ରାଇକର୍ ମେସି ଓ ରୋନାଲ୍ଡୋଙ୍କୁ ଦବଦବାକୁ ଶେଷ କରିଦେଇଛନ୍ତି । ଗୁରୁବାର ଜ୍ୟୁରିଖରେ ଅନୁଷ୍ଠିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ପ୍ରତିଷ୍ଠିତ ସମ୍ମାନ ହାସଲ କରିଛନ୍ତି ।
ଚଳିତ ବର୍ଷ ୟୁଇଏଫଏ ପୁରୁଷ ବର୍ଗରେ ପ୍ଲେଆର ଅଫ୍ ଦି ଇଅର ଜିତିଥିବା ଲେବାନଡୋସ୍କି ଫିପା ପୁରସ୍କାର ପାଇଁ ପ୍ରମୁଖ ଦାବିଦାର ଥିଲେ । ବିଜେତା କିଏ ହେବ ତାକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରୀୟ ଟିମ୍ର କୋଚ୍, କ୍ୟାପ୍ଟେନ ସହ କିଛି ସାମ୍ବାଦିକ ଓ ପ୍ରଶଂସକ ମଧ୍ୟ ସାମିଲ ଥିଲେ ।