ସତ୍ୟଶିଖା (ଭୁବନେଶ୍ୱର) ୨୩ /୧୨/୨୦୨୦ : ଦୁର୍ଘଟଣାଜନିତ ମୃତ୍ୟୁହାର ଉଦ୍ବେଗଜନକସ୍ଥିତି ସୃଷ୍ଟି କରୁଥିବାରୁ କରୋନା କଟକଣା କୋହଳ ହେବା ମାତ୍ରେ ଆସନ୍ତା ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ନିକଟରେ ପରିବହନ କମିସନର ଓ ପୁଲିସ୍ ଏସ୍ପିମାନଙ୍କୁ ଏନେଇ ନିର୍ଦେଶ ଦେଇଛନ୍ତି । ତେଣୁ ଜାନୁଆରୀରୁ ବାଇକ୍ର ପଛ ଯାତ୍ରୀଙ୍କ ପାଇଁ ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଡ଼କ ନିରାପତ୍ତା ନିୟମ ମଧ୍ୟରେ ଥିବା ସମସ୍ତ ଆଇନ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ଉଲ୍ଲଘଂନକାରୀଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଏସବୁକୁ ନେଇ ଲର୍ଣ୍ଣିଂ ଲାଇସେନ୍ସ (ଏଲ୍ଏଲ୍) ଆବେଦନ କରି ନ ଥିବା ଏବଂ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ଆବେଦନକାରୀଙ୍କ ମନରେ ଛନକା ପଶିଛି । କୋଭିଡ୍ କଟକଣା ଯୋଗୁଁ ରାଜ୍ୟର ସବୁ ଆର୍ଟିଓ ବନ୍ଦ କରି ଦିଆଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସେବା ଆରମ୍ଭ ହୋଇଛି । କୋଭିଡ୍ କଟକଣା ଯୋଗୁଁ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟ ବନ୍ଦ ରହିଥିଲା ।
ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ କଡ଼ାକଡ଼ି
