ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୦୨/୧୦୨୧ : ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ପକ୍ଷରୁ କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି । ଆଜି ଡିଜେଲର ମୂଲ୍ୟ ୨୯ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୫ ରୁ ୨୬ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
ଦିଲ୍ଲୀ-ମୁମ୍ବଇରେ ନୂଆ ରେକର୍ଡ
ଏହି ଦୁଇଟି ସହରରେ ପେଟ୍ରୋଲ ଦର ସର୍ବୋଚ୍ଚ ସ୍ତରରେ ଅଛି । ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୮୮.୯୯ ରେ ପହଞ୍ଚିଥିବାବେଳେ ମୁମ୍ବଇରେ ଲିଟର ପିଛା ୯୫.୪୬ ଟଙ୍କାରେ ପହଞ୍ଚିଛି । ଏଥି ସହିତ ଡିଜେଲରେ ଦିଲ୍ଲୀରେ ୭୯.୩୫ ଟଙ୍କା ଏବଂ ମୁମ୍ବଇରେ ୮୬.୩୪ ଟଙ୍କାରେ ପହଞ୍ଚିଛି । ମୁମ୍ବଇରେ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଛି । ସାତ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨.୦୬ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୨.୨୭ ଟଙ୍କା ବୃଦ୍ଧି ପାଇଛି ।
ପ୍ରମୁଖ ମହାନଗରୀ ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର
ଆଇଓସିଏଲରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହେଉଛି :
ସିଟି ଡିଜେଲ ପେଟ୍ରୋଲ
ଦିଲ୍ଲୀ ୭୯.୩୫ ୮୮.୯୯
କୋଲକାତା ୮୨.୯୪ ୯୦.୨୫
ମୁମ୍ବାଇ ୮୬.୩୪ ୯୫.୪୬
ଚେନ୍ନଇ ୮୪.୪୪ ୯୧.୧୯
(ପେଟ୍ରୋଲ-ଡିଜେଲର ମୂଲ୍ୟ ଟଙ୍କା ପ୍ରତି ଲିଟର ପିଛା)
ଆଜି ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ମହଙ୍ଗା ପେଟ୍ରୋଲ୨୬ ପଇସା ଏବଂ ଡିଜେଲରେ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି । ଏହା ସ୍ଥାନୀୟ ବିକ୍ରୟ କର କିମ୍ବା ଭ୍ୟାଟ୍ ଏବଂ ବିଭିନ୍ନ ରାଜ୍ୟରେ ଆଦାୟ ହେଉଥିବା ମାଲ ପରିବହନକୁ ବାଦ ଦେଇ ବୃଦ୍ଧି ପାଇଛି । ରବିବାର ଦିନ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୮.୭୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୦୬ ଟଙ୍କାରେ ବିକ୍ରି ହେଉଥିଲା ।