ଯୁବକଙ୍କ ମୃତ୍ୟୁକୁ ନେଇ ଷ୍ଟେଶନରେ ତୁମୁଳ କାଣ୍ଡ ; ୪ ଗୁରୁତର

ସତ୍ୟଶିଖା(କେନ୍ଦୁଝର )୧୩.୧୦ .୨୦୨୧: ରେଳ ଷ୍ଟେସନ ପାଲଟିଲା ଋଣକ୍ଷେତ୍ର । ଆରପିଏଫ ଯବାନଙ୍କ ମାଡ଼ରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣି ତୁମୁଳ କାଣ୍ଡ ଘଟାଇଲେ ସ୍ଥାନୀୟ ଲୋକ।  ଏପରିକି କିଛି ସମୟ ପାଇଁ ପୁରା ଷ୍ଟେସନ ଗାଁ ଲୋକଙ୍କ କବଜାକୁ ଚାଲିଗଲା। ଉତ୍ତ୍ୟକ୍ତ ଲୋକ ଷ୍ଟେଶନରେ ବ୍ୟାପକ ଭଙ୍ଗାରୁଜା  କରିଥିବା ବେଳେ ସେମାନଙ୍କ ଆକ୍ରୋଶରୁ ବଞ୍ଚି ପାରିଲେନି ରେଲୱେ କର୍ମଚାରୀ।  ଏପରିକି ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼ରେ ଷ୍ଟେସନ ମାଷ୍ଟର ଓ ଆରପିଏଫର ୩ ଜଣ ଯବାନ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଏପରି ଦମନଲୀଳା ଗତକାଲି କେନ୍ଦୁଝର ଜିଲ୍ଲା ବାଂଶପାଣି ରେଳ ଷ୍ଟେସନରେ ଘଟିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୯ଟାରେ ବାଂଶପାଣି ରେଳେଓ୍ୱ ସାଇଡିଂର ୨ ନମ୍ବର ପ୍ଲାଟଫର୍ମରୁ ଲକ୍ଷ୍ମଣ ପାତ୍ର ନାମକ ସ୍ଥାନୀୟ ଯୁବକଙ୍କୁ ଆରପିଏଫ୍‌ ଯବାନ ବୋହି କରି ଆଣିଥିଲେ। କିଛି  ଗାଁ ଲୋକ ଏହା ଦେଖି କ’ଣ ହୋଇଛି ବୋଲି ଜାଣିବା ପାଇଁ  ସେଠାକୁ ଯାଇଥିଲେ । ସେତେବେଳକୁ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇ ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ।

ଏହା ପରେ ଆରମ୍ଭ ହୋଇଥିଲା ଦମନଲୀଳା। ଆରପିଏଫ୍‌ ଯବାନ ପିଟି ପିଟି ଲକ୍ଷ୍ମଣ ପାତ୍ରଙ୍କୁ ମାରି ଦେଇଥିବା ଖବର ପ୍ରଚାରିତ ହେବା   ପୂରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିଲା । ଶହ ଶହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ଷ୍ଟେସନରେ ପ୍ରବେଶ କରିଥିଲେ । ଏହାପରେ ଆରମ୍ଭ କରିଦେଇଥିଲେ ଭଙ୍ଗାରୁଜା । ଏପରିକି ଷ୍ଟେଶନରେ ଥିବା ଟେବୁଲ, ବେଞ୍ଚ, ଚେୟାର, କାଗଜପତ୍ର ଆଦି ଫିଙ୍ଗା ଫୋପଡ଼ା କରିବା ସହ ଯିଏ ହାବୁଡ଼ରେ ପଡ଼ିଲା, ତାକୁ ପ୍ରବଳ ମାଡ଼ ମାରିଥିଲେ ।

Exit mobile version