

ସତ୍ୟଶିଖା(ଭୁବନେଶ୍ୱର) ୨୩.୦୭.୨୦୨୧: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ଓ ତାଙ୍କ ପନôୀ ବିଦ୍ୟାଭାରତୀଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିନଥିଲା । ଉଭୟଙ୍କ ମଧ୍ୟରେ ବିବାଦ ଓ ମନୋମାଳିନ୍ୟ ରହି ଆସିଥିଲା । ସୌମ୍ୟଙ୍କ ଡାଏରରୀରୁ ଏଭଳି ସୂଚନା ମିଳିଛି ।
ନିଜ ଡାଏରୀରେ ସୌମ୍ୟ ଲେଖିଥିଲେଯେ, ମୁଁ ତମ ପାଇଁ ଚାକିରୀ ଛାଡ଼ି ଚାକର ହୋଇ ରହିବାକୁ ପ୍ରସ୍ତୁତ । ମୁଁ କେବଳ ତମଠାରୁ ଭଲ ପନôୀ ହେବାକୁ ଆଶା କରେ । ସୌମ୍ୟଙ୍କ ଏହି ଡାଏରୀ ସମ୍ପର୍କରେ ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଅପରପକ୍ଷରେ ଗତକାଲି ବିଦ୍ୟାଭାରତୀଙ୍କ ହାତଲେଖା ବି ଚର୍ଚ୍ଚାରେ ଥିଲା । ବିଦ୍ୟା ଲେଖିଥିଲେଯେ, ମୋ ଶତ୍ରୁକୁ ମଧ୍ୟ ଏଭଳି ଲୋକ ଗୋଟେ ନଦିଅନ୍ତୁ । ହେ ଭଗବାନ କିଛି ବି କରି ଡିଭୋର୍ସ କରେଇ ନିଅ । ଜୀବନସାରା ମୁଁ ତମ ପାଖେ ଋଣୀ ହୋଇରହିବି । ପୁରୀ ମନ୍ଦିରରେ ଦାସୀ ହୋଇ ସାରା ଜୀବନ ସେବା କରିବି । ହେ ଭଗବାନ କିଛିବି କରି ଡିଭୋର୍ସ କରିଦିଅ ବୋଲି ସେ ଲେଖିଥିଲେ । ପୁଲିସ ଆଗରେ ବି ସେ ଏହାକୁ ସ୍ୱୀକାର କରି ସାରିଛନ୍ତି ।
ସେହିପରି ସୌମ୍ୟରଂଜନ ମହାପାତ୍ର ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ପୋଡ଼ି ହୋଇଛନ୍ତି ବୋଲି ସୂଚନା ଦେଇଛି ପୁଲିସ । ତାଙ୍କ କ୍ୱାର୍ଟର ହିଁ କ୍ରାଇମସ୍ପଟ ବୋଲି ପୁଲିସ କହିଛି ।