ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି । ଭାରତ ସରକାର ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବେ ଏବଂ ଏଥିରେ ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନେ ନିଯୁକ୍ତ ହେବେ । ଦେଶରେ କ୍ରୀଡ଼ା ସଂସ୍କୃତିକୁ ଆଗକୁ ନେବା ଦିଗରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଫିକି ପକ୍ଷରୁ ଆୟୋଜିତ ଟର୍ଫ ୨୦୨୦ର ଦଶମ ଗ୍ଲୋବାଲ୍ ସ୍ପୋର୍ଟସ ସମ୍ମିଳନୀରେ ଯୋଗଦେବା ଅବସରରେ ରିଜିଜୁ ଏହି ଘୋଷଣା କରିଛନ୍ତି ।
ଖେଲୋ ଇଣ୍ଡିଆ କେନ୍ଦ୍ରରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କ୍ରୀଡ଼ାବିତ୍
