ରାଜ୍ୟଶିକ୍ଷା

ରେଭେନ୍ସା କ୍ୟାମ୍ପସକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା

ସତ୍ୟଶିଖା,(କଟକ) ୨୬ .୦୩ .୨୦୨୧ :  ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଥିସହ ବାକି ଥିବା ଦୁଇଟି ପରୀକ୍ଷାକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। ରେଭେନ୍ସା ଦୁଇଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି।

ବିଶ୍ୱବିଦ୍ୟାଳୟ ହଷ୍ଟେଲରେ କରୋନା ବ୍ୟାପିବା ପରେ ରେଭେନ୍ସା କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ହଷ୍ଟେଲଗୁଡିକୁ ସାନିଟାଇଜ କରାଯାଇଛି। ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ତେବେ ମହାନଦୀ ହଷ୍ଟେଲର ଜଣେ କରୋନା ସଂକ୍ରମିତ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଘରକୁ ନେଇଯାଇଛନ୍ତି।

ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍ ଲାଇନ ପାଠ ପଢା ବନ୍ଦ ରହିବ। କିନ୍ତୁ ଅନଲାଇନ୍‌ରେ ଯେଉଁଭଳି ପାଠ ପଢା ଚାଲୁଥିଲା ତାହା ଚାଲିବ ବୋଲି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ କହିଛନ୍ତି।

Show More
Back to top button