ଦେଶବିଦେଶ

ଅଗଷ୍ଟ ୩୧ ଯାଏଁ ବିଦେଶ ଯାତ୍ରା ଉପରେ କଟକଣା

ସତ୍ୟଶିଖା(ନୂଆଦିଲ୍ଲୀ) ୩୧.୦୭.୨୦୨୧: : ନୂଆଦିଲ୍ଲୀ: ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ର ସୂଚନା ଦେଇଛନ୍ତି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଅନ୍ତରାଷ୍ଟ୍ରୀୟ କାର୍ଗୋ ବିମାନ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ଲାଗି ନାହିଁ । ଏହାସହ ମନୋନୀତ ଦେଶଗୁଡିକ ସହ ଦ୍ୱିପାକ୍ଷିକ ଏୟାର ବବଲ୍ଲ ଚୁକ୍ତିନାମା ମୁତାବକ ଚାଲୁଥିବା ବିମାନ ଚଳାଚଳ ଜାରି ରହିଛି । ଏୟାର ବବଲ୍ଲ ଚୁକ୍ତିନାମା ଅନୁସାରେ ବିଦେଶରେ ଫସିରହିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଦେଶକୁ ଫେରାଇ ଅଣାଯିବାର ବ୍ୟବସ୍ତା ହୋଇଥିଲା । ୨୦୨୦ ମେ ଠାରୁ ସରକାର ଆରମ୍ଭ କରିଥିବା ‘ବନ୍ଦେ ଭାରତ ମିଶନ’ ଅଧିନରେ ଏହି ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଉଡାଣ ଜାରି ରହିଛି । ଏହା ସହ ଡିଜିସିଏ ପକ୍ଷରୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଓ ଏୟାରପୋର୍ଟ ମଧ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିମାନେ କୋଭିଡ କଟକଣା ପାଳନ କରୁଛନ୍ତି କି ନାହିଁ ତାହା ଉପରେ କଡା ନଜର ରଖିବାକୁ ସମସ୍ତ ବିମାନବନ୍ଦର ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Show More
Back to top button