ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : କରୋନା ମହାମାରୀ ବ୍ୟାପିବା ପରେ ପଠପଢ଼ା ଠାରୁ ଆରମ୍ଭ କରି କିଣାକିଣି ବେଳେ ପେମେଣ୍ଟ୍ ଆଦି ଅନେକ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ ହେଉଛି । ଡିଜିଟାଲ୍ ସେବା ଉପଭୋଗ କରିବା ଲାଗି ଇଣ୍ଟରନେଟ୍ ଅତ୍ୟନ୍ତ ଜରୁରୀ । ଏହା ବିନା ଅନ୍ଲାଇନ୍ ସେବା ହାସଲ କରିହେବ ନାହିଁ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଓଡ଼ିଶାର ଅଧା ଲୋକଙ୍କ ପାଖରେ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ । ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି । ଏକ୍ଷେତ୍ରରେ ଦେଶର ଅନେକ ରାଜ୍ୟ ଠାରୁ ଓଡ଼ିଶା ପଛୁଆ ରହିଛି । ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ ଓ କାଶ୍ମୀର, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।
ଡିଜିଟାଲ୍ ସେବାରେ ପ୍ରତିବନ୍ଧକ: ପ୍ରତି ୧୦୦ରେ ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍
