ଅପରାଧନ୍ୟୁଜ୍ରାଜ୍ୟ

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସତ୍ୟଶିଖା( ଯାଜପୁର ) ୦୩.୦୧.୨୦୨୨: ବର ଗଛରେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଦାର କଲା ମଙ୍ଗଳପୁର ପୋଲିସ l ଏହି ଘଟଣାଟି ଘଟିଛି ଯାଜପୁର ଜିଲାର ମଙ୍ଗଳପୁର ଥାନା ଅର୍ନ୍ତଗତ ଗଣପତି ପାଟଣା ଗ୍ରାମରେ l ଏକ ନିଛାଟିଆ ବିଲ ମଝିରେ ଥିବା ବରଗଛ ରେ ଦୁଇଟି ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ମଙ୍ଗଳପୁର ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଚିଂ ଶବକୁ ଉଦ୍ଦାର କରିଛି । ଯୁବକ ଜଣକ ସ୍ଥାନୀୟ ଅଂଚଳର ପ୍ରତାପ ଦାସ ଓ ଯୁବତି ଜଣକ ପଡୋଶୀ ଗ୍ରାମର ଲିପିକା ରାଉଳ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଏକ ଏୟାର ବ୍ୟାଗ ସିନ୍ଦୁର ଡବା ଯୋତା ଆଦି ପୋଲିସ ଜବତ କରିଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ଉଭୟ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଚିଂ ମୃତଦେହ ଉଦ୍ଦାର କରି ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ମଙ୍ଗଳପୁର ଥାନା ଅଧିକାରୀ ସୁଚନା ଦେଇଛନ୍ତି ।

Show More
Back to top button