ନ୍ୟୁଜ୍ରାଜ୍ୟ

ଫିକା ପଡ଼ିବ ସାଧାରଣତନ୍ତ୍ର ଦିବସ, କେବଳ ସାମିଲ ହେବେ ପୁଲିସ୍

ସତ୍ୟଶିଖା(ଭୁବନେଶ୍ୱର ) ୧୨.୦୧.୨୦୨୨ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସକୁ କେବଳ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଅବଗତ କରାଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କରୋନା ସଂକ୍ରମଣ ଓ ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲୋକଙ୍କ ଭିଡ଼ ଏଡ଼ାଇବାକୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ସର୍ବାଧିକ କୋଭିଡ୍ ନିରାପତ୍ତା ବ୍ୟବସ୍ଥାକୁ ପାଳନ ସହ ଅତିଥିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସରକାର ଚାହୁଁଛନ୍ତି । ସେଥିପାଇଁ ଗୃହ ବିଭାଗ ପକ୍ଷରୁ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।

Show More
Back to top button