

ସତ୍ୟଶିଖା ୦୨/୦୨/୨୦୨୧ : ଗୁଜରାଟ ଅହମ୍ମଦାବାଦରେ ୩୧ ବର୍ଷ ବୟସ୍କା ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପରିଚୟ ବଦଳାଇ ମହିଳାଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନା କରିଥିଲା । ପରେ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ମହିଳାଙ୍କର ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ।
ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ଜଣେ ଇଲେକ୍ଟ୍ରିସିଆନ । ଯିଏକି ମହିଳାଙ୍କ ଘରେ କାମ କରିବାକୁ ଆସିଥିଲା । ସେହିଠାରୁ ଉଭୟଙ୍କୁ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯୁବକ ଜଣଙ୍କ ତାଙ୍କ ନାଁ ପିଣ୍ଟୁ ବୋଲି କହିଥିଲେ । କିଛି ଦିନ କଥା ହେଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ।
ଏହାପରେ ଉଭୟଙ୍କ ମଧ୍ୟରେ ସଂପର୍କ ଆହୁରି ନିବିଡ ହୋଇଗଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ଗଢିଉଠିଥିଲା । ମହିଳା ଜଣଙ୍କ ସଂପୃକ୍ତ ଯୁବକଙ୍କ ସବ ଭିନ୍ନ ଭିନ୍ନ ସ୍ଥାନ ବୁଲୁଥିଲେ ଏବଂ ଶାରୀରିକ ସଂପର୍କ ମଧ୍ୟ ରଖୁଥିଲେ । ଦିନେ ମହିଳା ଜାଣିବାକୁ ପାଇଲେ ଯେ, ସଂପୃକ୍ତ ଯୁବକଙ୍କ ନାଁ ପିଣ୍ଟୁ ନୁହେଁ ବରଂ ରମଜାନ ଘାଚି । ସେ ଅନ୍ୟ ଧର୍ମର ଯୁବକ । ଏକଥା ଜାଣିବା ପରେ ମହିଳା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଉଭୟ ୧୪ ମାସ ରିଲେସନସିପ୍ ରେ ରହିଥିଲେ ।