

ସତ୍ୟଶିଖା (ଭୁବନେଶ୍ୱର) ୨୯/୦୧/୨୦୧୧ : ରେନୋ ଇଣ୍ଡିଆ ଆଜି ଏହାର ବହୁ ପ୍ରତିକ୍ଷୀତ ଏସ୍ୟୁଭି କାଇଗର୍ ଉପରୁ ପରଦା ଉଠାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ସାରା ବିଶ୍ୱରେ ପ୍ରଦର୍ଶିତ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଥିବା କଂପାନିର ଡିଲର୍ସିପ୍ରେ ସେହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା । ରେନୋ ଭୁବନେଶ୍ୱରରେ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ରେନୋ ଭୁବନେଶ୍ୱରର ଏମ୍ଡି ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ ଓ ଏରିଆ ମ୍ୟାନେଜର ରୋହିତ ବଟ୍ଟା ଉପସ୍ଥିତ ଥିଲେ ।
ନୂଆଦିଲ୍ଲୀରେ ରେନୋ ଇଣ୍ଡିଆର ଏମ୍ଡି ଓ କଣ୍ଟ୍ରି ସିଇଓ ଭେଙ୍କଟରାମ ମାମିଲାପାଲେ କାଇଗର୍କୁ ଉନ୍ମୋଚନ କରିଥିଲେ । କାଇଗର୍ରେ ରହିଛି ୩ ସିଲିଣ୍ଡର ୧.୦ ଟର୍ବୋଚାର୍ଜଡ୍ ୯୯୯ ସିସିର ପେଟ୍ରୋଲ୍ ଇଞ୍ଜିନ, ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଓ ୪୦ ଲିଟରର ଇନ୍ଧନ ଟାଙ୍କି । ଏହା ସିଭିଟି ଓ ଅଟୋମେଟିକ୍ ଭାରିଆଣ୍ଟ୍ରେ ମଧ୍ୟ ଉପଲବ୍ଧ ହେବ । ପ୍ରଥମେ ଏହି ଗାଡ଼ି ଭାରତୀୟ ବଜାରରେ ବିକ୍ରି ହେବ ଓ ପରବର୍ତୀ ସମୟରେ ଅନ୍ୟ ଦେଶକୁ ପଠାଯିବ ।