ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟଶିକ୍ଷା

ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି, ଘୁଞ୍ଚିଲା ମାଟ୍ରିକ ଫର୍ମ ଫିଲପ୍ ଅବଧି

ସତ୍ୟଶିଖା (କକଟ) ୦୩/୦୨/୨୦୨୧ : ଘୁଞ୍ଚିଲା ମାଟ୍ରିକ୍‌ ପରୀକ୍ଷା ଫର୍ମ ଫିଲପ୍‌ ଅବଧି । ୨୦୨୧ ମସିହା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଫର୍ମ ପୁରଣ ଅବଧି । ୧୦ ତାରିଖ ମଧ୍ୟ ରାତ୍ର ଯାଏ ଫର୍ମ ପୁରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ବୁଧବାର ଥିଲା ଫର୍ମ ପୁରଣର ଶେଷ ତାରିଖ । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଓପନ ସ୍କୁଲ ପରୀକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ ୧୦କୁ ଘଞ୍ଚିଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବ। ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସ୍କୁଲ୍‌କୁ ଆସିବେ । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । ସେପଟେ ମାଟ୍ରିକ୍‌ ପରୀକ୍ଷା ମେ’୩ରୁ ୧୫ ଯାଏ ହେବ ।

Show More
Back to top button