କଳିଙ୍ଗ କ୍ରୀଡା ପରିଷଦ ତରଫରୁ ଯାଜପୁର ଟାଉନ ରେ ରିଲିଫ ବଣ୍ଟନ l

ସତ୍ୟଶିଖା ୩୧.୦୮.୨୦୨ ୦ : ବୈତରଣୀ ରେ ବନ୍ୟା ଜଳ ଛାଡି ଯାଇଥିଲେ ମଧ୍ୟ ଶତାଧିକ ଗ୍ରାମ ଏବେ ଭି ଜଳମଗ୍ନ ଭିତରେ ଅଛନ୍ତି l ତାଙ୍କ ସହ ଯୋଗାଯୋଗ ବୀର୍ଛିନ ହେବାରୁ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି l ଉକ୍ତ ଖବର ପାଇ ଭୁବନେଶ୍ୱରର ଏକ ସଙ୍ଗଠନ କଳିଙ୍ଗ କ୍ରୀଡା ପରିଷଦର ସଭାପତି ଶ୍ରୀ ଅର୍ଜୁନ ବେହେରା ଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ ଘଟଣା ସ୍ଥଳେ ପହଞ୍ଚି ପରିଦର୍ଶନ କରି ୨୦୦ ଅତି ପ୍ରଭାବିତ ପରିବାର ଙ୍କୁ ସଙ୍ଗଠନ ସଦସ୍ୟ ତଥା ଉକ୍ତ ସ୍ଥାନୀୟ ବାସିନ୍ଦା ପ୍ରଭୁଦତ୍ତ ସାମଲ ଓ ନିହାର ମହାପାତ୍ରଙ୍କ ଦ୍ୱାରା ଚିହ୍ନଟ କରାଯାଇ ତାଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ମାକ୍ସ, ସାବୁନ,କ୍ୟାଣ୍ଡେଲ, ମାଚିସ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଗଲା l ବଣ୍ଟନ କାର୍ଯ୍ୟରେ ସଙ୍ଗଠନ ର ଅନ୍ୟ ସଦସ୍ୟ ସର୍ବେଶ୍ୱର ବେହେରା, ଜଡ଼ା ମହାପାତ୍ର , ଜ୍ଞାନ ବେହେରା , ଅନିଲ ବେହେରା, କାଳୁ ବେହେରା, ରାକେଶ, ପବିତ୍ର ପମୁଖ ସହଯୋଗ କରିଥିଲେ l

Exit mobile version