ରାଜ୍ୟ

ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ୍‌

ପୁରୀ(ସତ୍ୟଶିଖା):  ପୁରୀରେ ସମୁଦାୟ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗିରଫ ଅଭିଯୁକ୍ତ ଥିବା ଜଣାଯାଇଛି।  ଅଭିଯୁକ୍ତଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ଘଟଣା ପୁଲିସ୍‌ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।  ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସମେତ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି । ଉକ୍ତ ଗିରଫ ବ୍ୟକ୍ତିଙ୍କ ଘର ପୁରୀ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ  ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଆହୁରି ପଢ଼ନ୍ତୁ

ମାର୍କେଟ ଛକ ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ଯିବା ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍‌ରେ ପରିଣତ କରାଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି  । ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରିଥିବା ଡାକ୍ତର, ହାଜର କରାଯାଇଥିବା କୋର୍ଟ ଏବଂ ଜେଲ ପରିସରରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟାନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାସ।

[ad_2]
Show More
Back to top button