ନ୍ୟୁଜ୍ମନୋରଞ୍ଜନସିନେମା

ଐଶ ଙ୍କୁ ଗାଳି

ସତ୍ୟଶିଖା(ଭୁବନେଶ୍ୱର )୨୨.୦୯ . ୨୦୨୨:  ପୂର୍ବତନ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଗାମୀ ଚଳଚିତ୍ର ‘ପୋନିନ୍ ସେଲଭାନ’ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି । ଐଶ ୨୦୧୯ରେ ଏହି ଭୂମିକା ପାଇଁ ଚୁକ୍ତି କରିଥିଲେ । ସୁଟିଂ ଆରମ୍ଭର କିଛି ଦିନ ପରେ କରୋନା କଟକଣା ଆରମ୍ଭ ହେଲା । ପ୍ରାୟ ଦେଢ଼ ବର୍ଷ ପରେ ସବୁକିଛି ସ୍ୱାଭାବିକ ହେଲା ଓ ପୁଣି ଚଳଚିତ୍ର ସୁଟିଂ ଆରମ୍ଭ କରାଗଲା । ଏହି ଚଳଚିତ୍ରରେ ଐଶଙ୍କ ସହ ଦକ୍ଷିଣ ଜଗତର ଅନ୍ୟ ସୁପରଷ୍ଟାରମାନେ ମଧ୍ୟ କାମ କରିଛନ୍ତି । ସେମାନେ ସେମାନେ ହେଲେ ବିକ୍ରମ, କାର୍ଥି, ଶୋଭିତା ଧୂଲିପାଲା, ତ୍ରିଷା । ତ୍ରିଷା ଓ ଐଶ୍ ଚଳଚିତ୍ରର ଭୂମିକା ଅନୁସାରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ । ହେଲେ ସେଟରେ ଦୁହେଁ ନିବିଡ଼ ବନ୍ଧୁ ।

ସୁଟିଂରେ ପହଞ୍ଚିବା ପରେ ତାଙ୍କର ଗପ ଆରମ୍ଭ ହୋଇଯାଏ । ଦିନେ ନିଦେ୍ର୍ଧଶକ ମଣିରତ୍ନମ, ଐଶଙ୍କୁ ଡ଼ାକି ବହୁତ ଗାଳି ଦେଲେ । ତାଙ୍କ କହିବାର କଥା ହେଲା, ତୁମେ ତ୍ରିଷା ସହ ଏତେ ବନ୍ଧୁତା କଲେ ଅଭିନୟ ଠିକ ଭାବେ କରିପାରିବନି । କାରଣ ପରଦା ଉପରେ ସେମାନେ ପରସ୍ପରର ଶତ୍ରୁ ଭାବେ ଅଭିନୟ କରିବେ । ବିଚାରୀ ଐଶ ଗାଳି ଶୁଣି ମନଦୁଃଖ କଲେ । ପୁଣି କିଛି ସମୟ ପରେ ତ୍ରିଶାଙ୍କ ସହ ଗପ ଆରମ୍ଭ କରିଦେଲେ । ମଣିରତ୍ନମ ଏ ଦୃଶ୍ୟ ଦେଖି ମୁଣ୍ଡରେ ହାତଦେଇ ବସିଲେ ।

Show More
Back to top button